Thu. May 6th, 2021

ପଞ୍ଜାବକୁ ହରାଇ ପ୍ରଥମ ବିଜୟ ହାସଲ କଲା ସନରାଇଜର୍ସ

1 min read

ଆଓରି-ଚେନ୍ନଇ(୨୨/୦୪): ଚଳିତ ଆଇପିଏଲର ୪ର୍ଥ ମ୍ୟାଚରେ ପ୍ରଥମ ବିଜୟର ସ୍ବାଦ ଚାଖିପାରିଛି ପୂର୍ବତନ ଚମ୍ପିଆନ୍ ସନରାଇଜର୍ସ ହାଇଦରାବାଦ। ବୁଧବାର ଅପରାହ୍ଣରେ ଖେଳା ଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୯ ୱିକେଟରେ ସନରାଇଜର୍ସ ପରାସ୍ତ କରିଛି। ସନରାଇଜର୍ସ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୧୯.୪ ଓଭରରେ ୧୨୦ ରନ୍ କରି ସମସ୍ତ ୱିକେଟ ହରାଇଥିଲା। ପରେ ଜନି ବେୟାରଷ୍ଟୋଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୮.୪ ଓଭରରେ ୧ ୱିକେଟ ହରାଇ ସନରାଇଜର୍ସ ଜିତିପାରିଛି। ପ୍ରଥମ ବିଜୟ ପରେ ୨ ପଏଣ୍ଟ ପାଇ ସନରାଇଜର୍ସ ପଏଣ୍ଟ ଖାତା ଖୋଲିପାରିଛି। ୪ର୍ଥ ମ୍ୟାଚରେ ୩ୟ ପରାଜୟ ପରେ ପଞ୍ଜାବ କିଙ୍ଗ୍ସ ତଳକୁ ଖସିଆସିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.