April 19, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ବନ୍ଧୁବର୍ଗଙ୍କ ଶ୍ରଦ୍ଧା ଭାଜନ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ଉଦାର ସ୍ବଭାବର ହୋଇପାରନ୍ତି। ଦାନଶୀଳ ହେବେ। ବ୍ୟକ୍ତିତ୍ଵର ବିକାଶ ଘଟିବ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହେବେ। ବୁଦ୍ଧିମାନ୍‌ ହେବେ।

ବୃଷ: ପାରିବାରିକ ଜୀବନରୁ ଅଶାନ୍ତି ଦୂର ହେବ। ପ୍ରତିରୋଧକୁ ଏଡ଼ାଇ ଆଗକୁ ବଢ଼ିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ଠାରୁ ଆଦର ମିଳିବ।

ମିଥୁନ: ସାମାନ୍ୟ ମାତ୍ରାର ଆର୍ଥିକ ଲାଭ ହେବ। ପରମ ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିପାରନ୍ତି। ଐଶ୍ଵର୍ଯ୍ୟଯୁକ୍ତ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସମର କ୍ଷେତ୍ରରେ ସୈନିକମାନେ ପାରଙ୍ଗମ ହେବେ। ମୋକଦ୍ଦମାରେ ଜିଣିବେ। ଧନଲାଭ ହେବ।

ସିଂହ: ପ୍ରମାଦ ଏଡ଼ାଇବା ପାଇଁ ଉଦ୍ୟମ ଜାରି ରଖିବେ। ଥଣ୍ଡା କଫ ଜନିତ କଷ୍ଟ ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ବଭାବର ହୋଇପାରନ୍ତି। ଏକାନ୍ତପ୍ରିୟ ହେବେ। ଚକ୍ଷୁରେ ଯନ୍ତ୍ରଣା ଦେଖା ଦେଇପାରେ। ମଧୁର ବାକ୍ୟରେ ଶତ୍ରୁଙ୍କ ମନ କିଣି ପାରନ୍ତି।

କନ୍ୟା: ଉପୁଜି ଥିବା ସମସ୍ୟାର ସମାଧାନର ବାଟ ଫିଟିବ। ଆୟ ଆଶାନୁରୂପ ହେବ। ସୁସ୍ଥ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତିର ସୂଚନା ମିଳୁଛି।

ତୁଳା: ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।

ବିଛା: ପାରିବାରିକ ସୁଖ ମିଳିବ। ଦିନ ସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ଦିନଟି ଅତିବାହିତ ହୋଇପାରେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ଧନୁ: ବିଭିନ୍ନ ସ୍ତରରୁ ସାହାଯ୍ୟ, ସହଯୋଗ ମିଳିପାରେ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ମକର: ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସହିତ ଆଲୋଚନାରତ ହେବେ। ଅଶାନ୍ତି ଦୂର ହେବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାପ୍ରତି ମନ ବଳାଇ ପାରନ୍ତି। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ କଥା ମାନିବେ।

କୁମ୍ଭ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହେବ।

ମୀନ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.