May 8, 2024

କର୍ଣ୍ଣାଟକର ଜେଡିଏସ-କଂଗ୍ରେସ ମିଳିତ ସରକାରରେ ଆଜି ପ୍ରଥମ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ

1 min read

ମୁଖ୍ୟମନ୍ତ୍ରୀ  ଭାବେ ଶପଥ ନେବାର ପ୍ରାୟ ୧୫ ଦିନ ପରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନିଜ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଛନ୍ତି । କଂଗ୍ରେସ ତରଫରୁ ଡିକେ ଶିବକୁମାର, କେଜେ ଜର୍ଜ, ଏନଏଚ ଶିବଶଙ୍କର ରେଡ୍ଡୀ ଜେଡିଏସ ତରଫରୁ ଏଚଡି ରେବନ୍ନା ଓ ଜିଟି ଦେବେଗୌଡ଼ା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ ଜିନେଶ ଗୁଣ୍ଡୁରାଓ ମନ୍ତ୍ରୀ ହେବାର ଥିଲେ ମଧ୍ୟ ତାଙ୍କୁ ବାଦ ଦିଆଯାଇଛି । ସେ କର୍ଣ୍ଣାଟକ ପିସିସି ସଭାପତି ହେବାର ସମ୍ଭାବନା ରହିଛି । କର୍ଣ୍ଣାଟକ ନିର୍ବାଚନରେ ଝୁଲା ସରକାର ହେବା ପରେ କଂଗ୍ରେସ ଓ ଜେଡିଏସ ମିଳିତ ସରକାର ଗଠନ କରିଥିଲେ । କିନ୍ତୁ ମନ୍ତ୍ରୀପଦକୁ ନେଇ ବିବାଦ ଆଜି ପର୍ଯ୍ୟନ୍ତ ତୁଟିନାହିଁ । ଏହାକୁ ନେଇ ଦୁଇ ସହଯୋଗୀ ଦଳ କଂଗ୍ରେସ ଓ ଜେଡିଏସ ମଧ୍ୟରେ ବିବାଦ ଚାଲିଛି । କେବଳ ଏହି ଦୁଇ ଦଲ ନୁହେଁ, କଂଗ୍ରେସ ମଧ୍ୟରେ ମଧ୍ୟ ଗୋଷ୍ଠୀ କନ୍ଦଳ ରହିଛି । କେତେକ ବିଧାୟକ ମନ୍ତ୍ରୀ ପଦ ପାଇନଥିବାରୁ ଅସନ୍ତୁଷ୍ଟ ଥିବାବେଳେ, ଆଉ କେତେକ କ୍ୟାବିନେଟ ପାହ୍ୟା ପାଇଁ ଦାବି କରୁଛନ୍ତି । ଏବେ କଂଗ୍ରେସର ୨୨ ଜଣ ଓ ଜେଡିଏସର ମୁଖ୍ୟମନ୍ତ୍ରୀ ସମେତ ୧୨ ଜଣ ମନ୍ତ୍ରୀ ରହିଛନ୍ତି ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.