May 8, 2024

ଗୋଦାବରୀ ନୌକାବୁଡ଼ି ଘଟଣାରେ ୩ ଜଣଙ୍କ ମୃତଦେହ ଉଦ୍ଧାର

1 min read

ଆ.ଓ.ରି(ତା୧୬|୫)-ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ନୌକାବୁଡ଼ି ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ପ୍ରାୟ ୨୩ଜଣ ନିଖୋଜ ଥିବା ସୂଚନା ମିଳିଛି।  ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲ୍ଲାରେ ଗତକାଲି ଅପରାହ୍ଣ ସାଢ଼େ ୪ଟା ବେଳେ ଏହି ଅଘଟଣ ଘଟିଛି।ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ଧରି ପଶ୍ଚିମ ଗଦାର ଦେବୀପାଟନମ୍‌ରୁ ମୋଟର୍ ବୋଟ୍‌ଟି ମଣ୍ଡାମଡ଼ାଲୁ ଗାଁକୁ ଯାଉଥିଲା। ତେବେ ମାନଟରୁ ଠାରେ କିଛି ଯାତ୍ରୀଙ୍କୁ ଓହ୍ଲାଇବାକୁ ଯାଇଥିବା ବେଳେ ଡଙ୍ଗାଟି ବର୍ଷା ପବନରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାର ମାଲିକ ନିଜେ ଥାନାରେ ଏନେଇ ଏତଲା କରିଥିଲେ।ତେବେ ଡଙ୍ଗାରେ ଶହେ ବସ୍ତା ସିମେଣ୍ଟ ଥିବା ମଧ୍ୟ କୁହାଯାଉଛି। ଡଙ୍ଗାଟି ବୁଡ଼ିଯିବା ପରେ ୧୦ଜଣ ପହଁରିପହଁରି କୂଳରେ ପହଞ୍ଚିଥିବା ବେଳେ ୨୩ଜଣ ଏବେବି ନିଖୋଜ ଅଛନ୍ତି। ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ।  ନିଖୋଜଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳକୁ NDRFର ଏକ ଟିମକୁ ପଠାଯାଇଛି। ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ୍, ବିଶାଖାପାଟଣା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଉଦ୍ଧାର କାର୍ଯ୍ୟ ପାଇଁ ଗୋଟିଏ ଡୋର୍ନିୟର୍ ଏୟାରକ୍ରାଫ୍ଟ ଏବଂ ୨ଟି ହେଲିକପ୍ଟରରେ ଅଧିକ ବୁଡ଼ାଳି ଦଳ ଆଜି ସକାଳୁ ସେଠାକୁ ପଠାଯାଇଛି।

ତେବେ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି  ୪ ଦିନ ତଳେ ଏହି ସମାନ ସ୍ଥାନରେ ଏକ ମୋଟର ଲଞ୍ଚର ଇଞ୍ଜିନରେ ନିଆଁ ଲାଗିଯିବାରୁ ଦୁର୍ଘଟଣା ଘଟିଥିଲା।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.