May 8, 2024

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇ କଂଗ୍ରେସ ଛାଡିଲେ ସଜ୍ଜନ କୁମାର

1 min read

ଆଓରି-ନୂଆଦିଲ୍ଲୀ(୧୮/୧୨) : କଂଗ୍ରେସରୁ ଇସ୍ତଫା ଦେଲେ ସଜ୍ଜନ କୁମାର । ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହେବାପରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବରିଷ୍ଠ ନେତା ସଜ୍ଜନ୍‌ କୁମାର ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ସୋମବାର ଦିଲ୍ଲୀ ହାଇକୋର୍ଟ ୧୯୮୪ ଶିଖ୍ ଦଙ୍ଗା ମାମଲରେ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଇସ୍ତଫା ପତ୍ରରେ ସଜ୍ଜନ ଲେଖିଛନ୍ତି, ‘ ମୁଁ ତତ୍କାଳୀନ ପ୍ରଭାବ ପାଇଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ଏଭଳି ନିଷ୍ପତ୍ତି ଦିଲ୍ଲୀ ହାଇକୋର୍ଟ ସଜା ଶୁଣାଇବା ପରେ ନେଇଛି ।’

ସୂଚନାଯୋଗ୍ୟ ଏହି ମାମଲାରେ ୨୦୧୩ରେ ତଳ କୋର୍ଟ ସଜ୍ଜନ କୁମାରଙ୍କୁ ଆଶ୍ୱସ୍ତି ଦେଇଥିଲେ  । କିନ୍ତୁ ଦିଲ୍ଲୀ ହାଇକୋର୍ଟ ତଳ କୋର୍ଟଙ୍କ ରାୟ ବିପକ୍ଷରେ ସଜ୍ଜନଙ୍କୁ ସଜା ଶୁଣାଇଛନ୍ତି । ଆଜୀବନ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଶୁଣାଇଛନ୍ତି କୋର୍ଟ । ଏହାସହ ଅନ୍ୟ ଦୋଷୀମାନଙ୍କୁ ଏକ ଲକ୍ଷ ଲେଖାଏଁ ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.