May 11, 2024

ଜାତୀୟ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ୧୦

1 min read

ଆଓରି(ତା୧୭|୪)-  ଏପ୍ରିଲ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର କୋଏମ୍ବାଟୁର ଠାରେ ୧୬ତମ ଫେଡେରେଶନ୍‌ କପ୍‌ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୦ଜଣ ଖେଳାଳି ଅଂଶଗ୍ରହଣ କରିବେ । ଏମାନେ ହେଲେ ପୁଙ୍ଗା ସୋରେନ୍‌, ପ୍ରସନ୍ନଜିତ କୁଜୁର, କ୍ରୀଷ୍ଣା ମୁଣ୍ଡା, ସ୍ବାଧୀନ କୁମାର ମାଝୀ, ଜୟନ୍ତୀ ବେହେରା, ପ୍ରଜ୍ଞାପ୍ରଶାନ୍ତି ସାହୁ, ରାଇବାରି ତିରିଆ, ଫୁଲମଣି କର୍ଜି, ମନୀଷା ମେରେଲ, ପ୍ରଭାତି ମାଝୀ । ବୁଧବାର ସକାଳେ ସାଲିମାର ତ୍ରିଭାନ୍ଦମ ଏକ୍ସପ୍ରେସ ଯୋଗେ ଦଳ ତାମିଲନାଡୁ ଅଭିମୁଖେ ଯାତ୍ରା କରିବ ବୋଲି ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.