April 25, 2024

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି ; ବିଚ୍ଛିନ୍ନତାବାଦୀଙ୍କୁ ଏଣିକି ମିଳିବନି ସୁରକ୍ଷା

1 min read
government-withdrew-security-of-separatist-leaders-Aajira-Odisha

ଆଓରି-ନୂଆଦିଲ୍ଲୀ(୧୭/୦୨) : ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ବିଚ୍ଛିନ୍ନତାବାଦୀଙ୍କୁ ଏଣିକି ମିଳିବନି ସୁରକ୍ଷା । ଜମ୍ମୁ-କାଶ୍ମୀରରେ 5ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କୁ ମିଳୁଥିବା ସମସ୍ତ ସୁରକ୍ଷା ଏବଂ ସୁବିଧା କେନ୍ଦ୍ର ସରକାର ହଟାଇ ଦେଇଛନ୍ତି । ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଜମ୍ମୁ-କାଶ୍ନୀର ପ୍ରଶାସନ ମୀରଜାବାଇ ଉମର ଫାରୁକ୍, ସବିର ଶାହ, ହାସିମ୍ କ୍ୟୁରେସି, ବିଲାଲ ଲୋମ ଓ ଅବଦୁଲ୍ ଗନି ଭଟ୍ଟଙ୍କୁ ମିଳୁଥିବା ସମସ୍ତ ସୁରକ୍ଷା ଏବଂ ସରକାରୀ ସୁବିଧା ଛଡାଇ ନେଇଛନ୍ତି ।

ପ୍ରକାଶ ଯୋଗ୍ୟ, କାଶ୍ମୀରରେ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ପଛରେ ସରକାରଙ୍କ ପକ୍ଷରୁ ବାର୍ଷିକ 10 କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ହାତଗଣତି ବିଚ୍ଛିନ୍ନତାବାଦୀ ନେତା ମହଙ୍ଗା ତଥା ଦାମୀ ଗାଡିରେ ବୁଲୁଛନ୍ତି, ପଞ୍ଚ ତାରକା ହୋଟେଲରେ ରହିବା ସହ ତାରକା ଶ୍ରେଣୀ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି । ଅଧିକାଂଶ ବିଚ୍ଛିନ୍ନତାବାଦୀ ନେତାଙ୍କୁ ପୋଲିସ ସୁରକ୍ଷା ମଧ୍ୟ ଯୋଗାଇଦିଆଯାଇଥାଏ ।

ସୂତ୍ର ଅନୁସାରେ ପ୍ରାୟ 20ରୁ 25ଜଣ ସୁରକ୍ଷାକର୍ମୀ ଏମାନଙ୍କ ସୁରକ୍ଷା ପାଇଁ ଦିନରାତି ଜଗି ରହିଥାନ୍ତି । ପାକିସ୍ତାନରୁ ଯେଉଁ ଫଣ୍ଡ ଆସିଥାଏ, ତାହାର ହିସାବ ଇସ୍ଲାମାବାଦ ଦେଇପାରିବ କିନ୍ତୁ ଏହି ବିଚ୍ଛିନ୍ନତାବାଦୀଙ୍କୁ ଭାରତର କରଦାତାଙ୍କ ପକେଟ୍ କାଟି ସୁରକ୍ଷା ଦିଆଯିବା ଉଚିତ ନୁହେଁ ବରଂ ଏମାନଙ୍କୁ ପୋଷିବା ଅର୍ଥାତ୍ ନାଗ ସାପ ପାଳିବା ସହ ସମାନ ବୋଲି ଏକ ଜଣେ ଲେଫ୍ଟନେଣ୍ଚ୍ ଜେନେରାଲ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.