April 20, 2024

ଆମେଠିରେ ରାହୁଲଙ୍କୁ ଚାଷୀଙ୍କ ବିରୋଧ

1 min read
Farmer-Protest-Coming-Of-Rahul-Gandhi-To-Amethi-Aajira-Odisha

ଆଓରି-ନୂଆଦିଲ୍ଲୀ(୨୪/୦୧) : ଉତ୍ତର ପ୍ରଦେଶରେ ରାହୁଲଙ୍କୁ ବିରୋଧ । ନିଜ ସଂସଦୀୟ କ୍ଷେତ୍ର ଆମେଠିରେ ହିଁ ରାହୁଲଙ୍କୁ ସ୍ଥାନୀୟ ଚାଷୀ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି । ରାହୁଲ ଗାନ୍ଧି ଆଗାମୀ ସାଧାରଣ ନିର୍ବାଚନ ପ୍ରଚାର ପାଇଁ ଆମେଠି ଆସିଥିଲେ । ଏହି ସମୟରେ ତାଙ୍କୁ ଗୌରିଜଙ୍ଗ ସହରରେ ଚାଷୀମାନେ ବିରୋଧ କରିବା ସହ ଦାବି କରିଛନ୍ତି ଯେ, ତାଙ୍କ ଜମି ରାଜିବ ଗାନ୍ଧି ଫାଉଣ୍ଡେସନ୍‌କୁ ଦିଆଯାଉ ନଚେତ୍‌ ସେମାନଙ୍କୁ ରୋଜଗାର ଦିଆଯାଉ ।

ତେବେ ଜଣେ ବିକ୍ଷୋଭକାରୀ ଏକ ଆନ୍ତର୍ଜାତିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ପ୍ରତି ଜନସାଧାରଣଙ୍କର ଅସନ୍ତୋଷ ରହିଛି ତେଣୁ ରାହୁଲଙ୍କର ଏଠାରେ ରହିବାର କୌଣସି ଅଧିକାର ନାହିଁ । ସେ ଇଟାଲୀ ଫେରିଯିବା ଉଚିତ୍‌ । କାରଣ ସେ ନିରୀହ କୃଷକ ମାନଙ୍କ ଜମି ହଡ଼ପ କରିଛନ୍ତି ।

କୃଷକମାନେ ସମ୍ରାଟ ସାଇକେଲ ଫ୍ୟାକ୍ଟ୍ରି ନିକଟରେ ଏହି ବିକ୍ଷୋଭ କରିଛନ୍ତି । ଏହି ସମ୍ରାଟ ସାଇକେଲ୍‌ ଫ୍ୟାକ୍ଟ୍ରିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧି ଉଦ୍‌ଘାଟନ କରିଥିଲେ । ଯେଉଁ ସମୟରେ ସେ ଆମେଠିରୁ ଲୋକସଭା ଆସନରେ ନିର୍ବାଚିତ ହୋଇଥିଲେ ।

୧୯୮୦ ମସିହାରେ ଜେନ୍‌ ବ୍ରଦର୍ସ ୬୫.୫୭ ଏକର ଜମି କଉସର୍‌ ଇଣ୍ଡ୍ରଷ୍ଟ୍ରିଆଲ୍‌ ଏରିଆରେ ଏକ କମ୍ପାନୀ କରିବା ପାଇଁ ଅଧିଗ୍ରହଣ କରିଥିଲେ । ପରେ ଏହି କମ୍ପାନୀ ବୁଡ଼ି ଯିବାରୁ ଏହି ଜମିକୁ ୨୦୧୪ରେ ଅକ୍ସନ୍‌ କରାଯାଇଥିଲା ।

ରେକର୍ଡ ଅନୁଯାୟୀ, ୟୁପି ଷ୍ଟେଟ୍‌ ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌ ୧୯୮୬ରେ ୬୫.୭୫ଏକର ଜମି କମ୍ପାନୀକୁ ଲିଜ୍‌ରେ ଦେଇଥିଲା । କିନ୍ତୁ ଯେତେବେଳେ କମ୍ପାନି ବନ୍ଦ ହୋଇଗଲା ସେତେବେଳେ ବକେୟା ଅର୍ଥ ଆଦାୟକାରୀ ସଂସ୍ଥା ପକ୍ଷରୁ ଏହାକୁ ୨୦୧୪ରେ ୨୦.୧୦ କୋଟି ଟଙ୍କାରେ ଅକ୍ସନ କରି ବିକ୍ରି କରାଯାଇଥିଲା ।  ଏହି ଜମିକୁ ରାଜୀବ ଗାନ୍ଧି ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଟଙ୍କା ୧,୫୦,୦୦୦ରେ କିଣାଯାଇଥିଲା ।

କିନ୍ତୁ ପରେ UPSIDC ପକ୍ଷରୁ ଏହି ଅକ୍ସନ୍‌କୁ ଅବୈଧ ଘୋଷଣା କରାଗଲା । ଏହା ପରେ ଗୌରୀଗଞ୍ଜ ଏସ୍‌ଡିଏମ୍‌ କୋର୍ଟ ସମ୍ରାଟ ସାଇକେଲ ଫ୍ୟାକ୍ଟ୍ରିକୁ ଜମି ଫେରାଇ ଦେବା ପାଇଁ UPSIDCକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଜମି କାଗଜ ପତ୍ରରେ UPSIDC ନିକଟରେ ରହିଥିବା ବେଳେ ରାଜିବ ଗାନ୍ଧି ଚାରିଟେବୁଲ ଟ୍ରଷ୍ଟ ଏହାକୁ କବ୍ଜାରେ ରଖିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.