April 26, 2024

କାଶ୍ମୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ଓଡିଆ ପୁଅ ଗିରିସ ଚନ୍ଦ୍ର ମୂର୍ମୁ

1 min read
Girish Chandra Murmu appointed as J&K’s first Lieutenant Governor

ଆଓରି-ନୂଆଦିଲ୍ଲୀ(୩୦/୧୦) : ଆଇଏଏସ ଅଫିସର ଗିରିସ ଚନ୍ଦ୍ର ମୂର୍ମୁଙ୍କୁ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି । ଗତ ସପ୍ତାହରେ ଗିରିସ ଚନ୍ଦ୍ର ମୂର୍ମୁଙ୍କୁ ଏହି ପଦବୀ ପ୍ରଦାନ କରାଯାଇଥିଲା । ସେହିପରି  ଆଜି ବୁଧବାରକୁ ବରିଷ୍ଠ ପ୍ରଶାସକ ଅତନୁ ଚକ୍ରବର୍ତ୍ତୀଙ୍କୁ ବ୍ୟୟ ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହି ସ୍ଥାନରେ ପୂର୍ବରୁ  ଗିରିସ ଚନ୍ଦ୍ର  ମୂର୍ମୁ ଥିଲେ, ଯାହାଙ୍କୁ ଗତ ସପ୍ତାହରେ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ।

ଅତନୁ ଚକ୍ରବର୍ତ୍ତୀ ଗୁଜୁରାଟ କ୍ୟାଡରର ୧୯୮୫ବ୍ୟାଚ୍‌ର ଆଇଏଏସ ଅଫିସର । ବର୍ତ୍ତମାନ ସେ ବ୍ୟୟ ବିଭାଗର ସଚିବ ଭାବେ ନିଯୁକ୍ତ ପାଇଛନ୍ତି । ଏହି ନିର୍ଦ୍ଦେଶ ଉଚ୍ଚପଦାଧିକାରୀ ମନ୍ତ୍ରଣାୟ ତରଫରୁ ଜାରୀ କରାଯାଇଛି । ଓଡିଶାର ପୁଅ ହେଉଛନ୍ତି ମୁର୍ମୁ । ଯିଏକି ଗୁଜୁରାଟରେ ନରେନ୍ଦ୍ରମୋଦି ମୁଖ୍ୟମନ୍ତ୍ରୀ ଥିବାସମୟରେ ତାଙ୍କର ପ୍ରମୁଖ ସଚିବ ଥିଲେ ମୂର୍ମୁ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.