May 4, 2024

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା

1 min read

ଆଓରି-ଭୁବନେଶ୍ଵର(୦୩/୦୬) : ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ରହିବ । ଏହାସହ ଆଗମୀ ୨୪ ଘଣ୍ଟାରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଚଂଳିକ ପାଣିପାଗ ବିଭାଗ ।  ସାଧାରଣତଃ କଳାହାଣ୍ଡି, ଗଜପତି, ଗଞ୍ଜାମ, ଭଦ୍ରକ, ମୟୂରଭଞ୍ଜ, କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନ ରହିଛି  । ଏହି ସମୟରେ ପବନ ୩୦-୪୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି ।

ସେହିପରି ଗତକାଲି କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ହୋଇଥିବା ବେଳେ ଚଣ୍ଡିଖୋଲରେ ସର୍ବାଧିକ ୯୬.୦୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି  । ଅନ୍ୟପଟେ ଏଥର ମୌସୁମୀ ଓଡ଼ିଶା ଛୁଇଁବା ନେଇ ବିଳମ୍ବ ଥିବା କହିଛି ପାଣିପାଗ ବିଭାଗ  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.