May 8, 2024

ହକି ବିଶ୍ୱକପ୍‌ର ଦ୍ୱିତୀୟ ଦିନରେ ଆର୍ଜେଣ୍ଟିନା ଓ ନ୍ୟୁଜ୍‌ଲାଣ୍ଡ ବିଜୟୀ

1 min read
Hockey-World-Cup-Aajira-Odisha

ଆଓରି-ଭୁବନେଶ୍ଵର(୩୦/୧୧) : କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍‌ର ଦ୍ୱିତୀୟ ଦିନରେ ଆର୍ଜେଣ୍ଟିନା ଓ ନ୍ୟୁଜ୍‌ଲାଣ୍ଡ ବାଜି ମାରିଛନ୍ତି । ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚ୍‌ ଆର୍ଜେଣ୍ଟିନା ଓ ସ୍ପେନ୍‌ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଆର୍ଜେଣ୍ଟିନା ୪-୩ ଗୋଲରେ ସ୍ପେନ୍‌କୁ ପରାସ୍ତ କରିଛି । ପରେ ଦ୍ୱିତୀୟ ମ୍ୟାଚ୍‌ ନ୍ୟୁଜ୍‌ଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିଲା । ଉଭୟ ଦଳ ମଧ୍ୟର ଜୋରଦାର ସଂଘର୍ଷ ହୋଇଥିବା ଦେଖାଯାଇଥିଲା । ତେବେ ନ୍ୟୁଜ୍‌ଲାଣ୍ଡ ୨-୧ ରେ ଫ୍ରାନ୍ସକୁ ପରାଜିତ କରିଛି ।

ଚମତ୍କାର ଖେଳ ପ୍ରଦର୍ଶନ ପାଇଁ ଆର୍ଜେଣ୍ଟିନାର ଅଗଷ୍ଟିନ୍‌ ମାଜିଲି ଓ ନ୍ୟୁଜ୍‌ଲାଣ୍ଡର ଷ୍ଟିଫେନ୍‌ ବେନେସନ୍‌ଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଛି । ଏହି ଗ୍ରୁପ୍‌ର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ ଡିସେମ୍ବର୩ରେ ଖେଳାଯିବ । ଡିସେମ୍ବର ୩ ରେ ଆର୍ଜେଣ୍ଟିନା ଓ ନ୍ୟୁଜ୍‌ଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ମ୍ୟାଚ୍‌ଟି ଅତ୍ୟନ୍ତ ଘମାସାନ ଓ ସଂଘର୍ଷପୁର୍ଣ୍ଣ ହେବ ବୋଲି ହକି ପ୍ରେମୀମାନେ ଆଶା କରିଛନ୍ତି ।

ଅନ୍ୟପକ୍ଷରେ ଏହି ମ୍ୟାଚ୍‌ ଦେଖିବା ପାଇଁ ବିଦେଶରୁ ଅନେକ ହକି ପ୍ରେମୀ ଆସିଥିବା ଦେଖାଯାଇଥିଲା । ସମସ୍ତେ ନିଜ ନିଜ ଦଳକୁ ସମର୍ଥନ କରି ପତକା ଦେଖାଇ ଚିୟର ଅପ୍‌ କରୁଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.