April 26, 2024

କେଶ ଉପୁଡ଼ିବା ରୋକିବା ପାଇଁ କିଛି ସହଜ ଉପାୟ

1 min read

ବରକୋଳି ପତ୍ର – ଏହା କେଶ ପାଇଁ ଖୁବ୍‌ ଲାଭଦାୟକ ଅଟେ । ଏହି ପତ୍ରକୁ ଭିଜାଇ ତାହାକୁ ବାଟି କରି କେଶ ମୂଳରେ ପ୍ରତି ସପ୍ତାହରେ ଥରେ ଲଗାନ୍ତୁ । ଲଗାଇବା ପରେ ନିଜେ ଅନୁଭବ କରିବେ ଏହା ଖୁବ୍‌ ଫଳପ୍ରଦ ଅଟେ ।
ସୋରିଷ ତେଲ ଓ ମେଥି – କିଛି ମେଥିକୁ ଭାଜି ଅଳ୍ପ ଥଣ୍ଡା ହେବା ପରେ ତାହାକୁ ପେଷି ଦିଅନ୍ତୁ । ଏହା ପରେ ଏହାକୁ ସୋରିଷ ତେଲରେ ପକାଇ ୨ ଦିନ ରଖନ୍ତୁ । ପ୍ରତି ୩ ଦିନକୁ ଥରେ ଏହାକୁ ଲଗାନ୍ତୁ । ଏହା କେଶ ପାଇଁ ଖୁବ୍‌ ଉପଯୋଗୀ ଅଟେ । ମୁଣ୍ଡ ଧୋଇବା ପୂର୍ବ ଦିନ ମଧ୍ୟ ଏହାକୁ ଲଗାଇପାରବେ । ମାତ୍ର ସପ୍ତାହକୁ ୨ ଥର ଲଗାଇବା ଆବଶ୍ୟକ ।
ନଡ଼ିଆ ତେଲ ଓ ଲେମ୍ବୁ – ମୁଣ୍ଡ ଧୋଇବା ପୂର୍ବରୁ ନଡ଼ିଆ ତେଲକୁ ଅଳ୍ପ ଉଷୁମ କରି ସେଥିରେ ଲେମ୍ବୁ ଚୁପୁଡ଼ି କେଶ ମୂଳରେ ଲଗାନ୍ତୁ ।୧୦ ମିନିଟ୍‌ ରହିବା ପରେ ମୁଣ୍ଡ ସଫା କରନ୍ତୁ । ଏହା ଖୁବ୍‌ ଲାଭଦାୟକ ଅଟେ ।
ଲେମ୍ବୁ – ଲେମ୍ବୁକୁ କାଟି ମୁଣ୍ଡ ସଫା କରିବା ଆଗରୁ ଏହାକୁ କେଶ ମୂଳରେ ଲଗାନ୍ତୁ । ଏହାକୁ ନିୟମିତ ଏକ ମାସ ଲଗାଇବା ଦ୍ୱାରା ରୁପି ବହୁ ପରିମାଣରେ କମିଯାଏ ।
ଏହି ସବୁ ସହଜ ଉପାୟକୁ ବ୍ୟବହାର କଲେ କେଶ ଉପୁଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.