May 1, 2024

ଉତ୍କଳ ଦିବସରେ କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା

1 min read

ଆଓରି-ଭୁବନେଶ୍ଵର(୦୧/୦୪) : କନ୍ଧମାଳ ହଳଦୀକୁ ମିଳିଲା ଭୌଗୋଳିକ ଉତ୍ପତ୍ତି ବା ଜିଆଇ ଟ୍ୟାଗ ମାନ୍ୟତା । ବହୁ ପୂର୍ବରୁ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଦାବି ହେଉଥିଲା । ତେବେ ଆଜି କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ସୂଚନା ମିଳିଛି । ଏହାସହ ଏହି ମାନ୍ୟତାର ଅବଧି ୨୦୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏହାର ଆବେଦନ ପତ୍ର ନମ୍ବର  ୬୧୦ । କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ପ୍ରଦାନ ପାଇଁ ଆବଶ୍ୟକ ହେଉଥିବା ବିଜ୍ଞାନଭିତ୍ତିକ ତଦନ୍ତ, ଐତିହାସିକ ତଥ୍ୟ ଓ ଜିଆଇ ମ୍ୟାପିଂ କରାଯାଇଥିବା ଜଣାପଡ଼ିଥିଲା । କନ୍ଧମାଳ ହଳଦୀର ଏକ ସ୍ୱତନ୍ତ୍ର ଗୁଣ ରହିଥିବା ବେଳେ ଜିଆଇ ଟ୍ୟାଗ ମିଳିବା ପରେ ଏହାର ବ୍ୟବସାୟିକ ମୂଲ୍ୟ ବୃଦ୍ଧି ପାଇବ ଏବଂ କନ୍ଧମାଳର ହଳଦୀ ଚାଷୀ ମଧ୍ୟ ଲାଭବାନ ହୋଇପାରିବ ବୋଲି ଆଶା କରାଯାଉଛି ।

ଗତ ୧୧ ଜାନୁଆରୀ  ୨୦୧୮ରେ  କନ୍ଧମାଳ ଆପେକ୍ସ ସ୍ପାଇସେସ୍‌ ଆସୋସିଏସନ୍‌ ଫର ମାର୍କେଟିଂ ବା କସମ ସଂସ୍ଥା ପାଇଁ ସେଣ୍ଟ୍ରାଲ ଟୁଲ ରୁମ୍‌ ଏଣ୍ଡ ଟ୍ରେନିଂ ସେଣ୍ଟର ବା ସିଟିଟିସିର ଭୌତିକ ସଂପଦ ସୁବିଧା କେନ୍ଦ୍ର ପକ୍ଷରୁ  ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା । ଏନେଇ କେନ୍ଦ୍ର ସରକାରଙ୍କର ଭୌଗୋଳିକ ପରିଦର୍ଶନ ପତ୍ରିକାରେ ଉଲ୍ଲେଖ କରାଯାଇଛି ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.