April 19, 2024

ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ବିରୋଧରେ ଜନ ଆନ୍ଦୋଳନ ପାଇଁ ଦେଶବାସୀଙ୍କୁ ଆହ୍ଵାନ କଲେ ନରେନ୍ଦ୍ର ମୋଦୀ

1 min read
PM-Narendra-Modi-in-Maan-Ki-Baat-aajira-odisha

ଆଓରି-ନୂଆଦିଲ୍ଲୀ(୨୫/୦୮) : ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଡାକରା ଦେଇଛନ୍ତି। ମୋଦୀ ତାଙ୍କର ମାସିକିଆ ରେଡିଓ ପ୍ରୋଗ୍ରାମ ମନ୍‌ କି ବାତ୍‌ ଜରିଆରେ ଦେଶବାସୀଙ୍କୁ ଏହି ଆହ୍ଵାନ ଦେଇଛନ୍ତି। ମୋଦୀ କହିଛନ୍ତି, ସେପ୍ଟେମ୍ବର ୧୧ରୁ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନରେ ଏଥର ପ୍ଲାଷ୍ଟିକ ଉପରେ ଗୁରୁତ୍ଵ ଦିଆଯିବ। ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକର ବ୍ୟବହାର ରୋକିବାକୁ ଜନ ଆନ୍ଦୋଳନ କରାଯିବ। ଅକ୍ଟୋବର ୨ରେ ଦେଶ ଯେତେବେଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରୁଥିବ, ଆମେ ସେତେବେଳେ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ଏହି ନୂଆ ଜନଆନ୍ଦୋଳନର ଶୁଭାରମ୍ଭ କରିବୁ ବୋଲି ମୋଦୀ ଘୋଷଣା କରିଛନ୍ତି।

ସ୍ଵାଧୀନତା ଦିବସରେ ମଧ୍ୟ ମୋଦୀ ଉଦ୍‌ବୋଧନ ଦେଇ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବର୍ଜନ କରିବାକୁ ଆହ୍ଵାନ କରିଥିଲେ ଏବଂ ଦୋକାନୀମାନେ ଗ୍ରାହକଙ୍କୁ ପରିବେଶ ଉପଯୋଗୀ ବ୍ୟାଗ୍‌ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ।

ଏହା ସହିତ ମୋଦୀ ଜନ୍ମାଷ୍ଟମୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସୁଦାମାଙ୍କ ଓ ଶ୍ରୀକୃଷ୍ଣଙ୍କ ମିତ୍ରତା ସମ୍ପର୍କରେ କହିଥିଲେ। ମୋଦୀ କହିଥିଲେ, ଚଳିତବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯିବ। ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଧରୁଥିଲେ, ଗାନ୍ଧିଜୀ ଚରଖା ଧରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପାଇଁ ସେବା ହିଁ ପରମ ଧର୍ମ ଥିଲା। ବାପୁଙ୍କ ଆଦର୍ଶକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବାକୁ ମୋଦୀ ଆହ୍ଵାନ କରିଛନ୍ତି।

ଆସନ୍ତା ୨୯ ତାରିଖରୁ ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ ଆରମ୍ଭ କରାଯିବ ବୋଲି ମୋଦୀ ମନ୍‌ କୀ ବାତ୍‌ରେ ଘୋଷଣା କରିଛନ୍ତି। ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏହି ମୁଭମେଣ୍ଟ ଆରମ୍ଭ କରାଯିବ। ଲୋକମାନେ ଫିଟ୍‌ ହେବା ଲାଗି ସଚେତନ ହେବାକୁ ମୁଁ ଆଶା କରୁଛି ବୋଲି ମୋଦୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.