May 8, 2024

ଭୁବନେଶ୍ଵରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

1 min read
PM-Narendra-Modi-In-Odisha-Aajira-Odisha

ଆଓରି-ଭୁବନେଶ୍ଵର(୨୪/୧୨) : ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ଏୟାରପୋର୍ଟରେ ମୋଦି ପହଞ୍ଚିଛନ୍ତି । ମହାମହିମ ରାଜ୍ୟପାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମଧ୍ୟ ଉପସ୍ଥିତ ଥିଲେ ।

ପରେପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଏୟାରପୋର୍ଟରୁ ସିଧାସଳଖ ଆଇଆଇଟି କ୍ୟାମ୍ପସ୍‌ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ମୋଦିଙ୍କ ଏହି ଗସ୍ତ ଉପରେ ରାଜ୍ୟବାସୀଙ୍କ ସମେତ ସବୁ ରାଜନୈତିକ ଦଳର ନଜର ରହିଛି ।

ମୋଦିଙ୍କ ଗସ୍ତକୁ ନେଇ  ଗେରୁଆ ରଙ୍ଗରେ ରଙ୍ଗେଇ  ହୋଇଛି ରାଜଧାନୀ । ପ୍ରଧାନମନ୍ତ୍ରୀ ଆସିବାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେହିପରି କେହି ବି ବିମାନବନ୍ଦର, ଜଟଣୀ ଅରଗୁଳ ଓ ଖୋର୍ଦ୍ଧାସ୍ଥଳ ପାଖାପାଖି ଡ୍ରୋନ ଉଡାଇ ପାରିବେନାହିଁ  । ଖୋର୍ଦ୍ଧାରେ ଆୟୋଜିତ ହେବାକୁ ଥିବା ମୋଦିଙ୍କ ସଭାକୁ ପାଣି ବୋତଲ ଓ ପାଣି ପାଉଚ୍ ନେବା ଉପରେ କଟକଣା ଲଗାଇଛି ପୋଲିସ୍ । ଏହା ସହିତ ଗାଡି ପାର୍କିଂ ପାଇଁ ସଭାସ୍ଥଳ ପୂର୍ବରୁ ୪ଟି ସ୍ଥାନକୁ ଚିହ୍ନଟ କରାଯାଇଛି । ୪୫ପ୍ଲାଟୁନ ଫୋର୍ସ ମୂତୟନ କରାଯିବା ସହ ୪ଜଣ ଏସପି,୩୦ ଡିଏସପି ଓ ୪ଅତିରିକ୍ତ ଏସପି ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖିଛନ୍ତି ।

ଆଉ ମାସ କେଇଟା ପରେ ସାଧାରଣ ନିର୍ବାଚନ । ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି ବିଜେପି ପାଇଁ । ୩ଟି ରାଜ୍ୟରୁ ଶାସନ ଭାର ଯିବା ପରେ ଏବେ ପୂର୍ବଭାରତ ଉପରେ ବିଜେପିର ନଜର । ଏଭଳି ସ୍ଥିତିରେ କ’ଣ କହିବେ ମୋଦି ? ତାକୁ ନେଇ ଏବେ ଜୋରଧରିଛି ଚର୍ଚ୍ଚା । ଓଡ଼ିଶାରେ କ’ଣ କହିବେ ମୋଦି ? କ’ଣ ରହିବ ବିଜେପିର ଆଭିମୁଖ୍ୟ ଏସବୁ ଉପରେ ନଜର ଅଟକିଛି । ନବୀନଙ୍କୁ ନେଇ ନରମ ହେବେ ନା’ ସିଧାସଳଖ ଆକ୍ରମଣ କରିବେ ମୋଦି ଏସବୁ ପ୍ରଶ୍ନ ଏବେ ଚର୍ଚ୍ଚାର କାରଣ ପାଲଟିଛି । ପ୍ରଧାନମନ୍ତ୍ରୀ ଅରଗୁଳରୁ ପ୍ରାୟ 15 ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.