April 19, 2024

ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

1 min read
Ramnath-Kovind-will-come-odisha-Aajira-Odisha

ଆଓରି-ଭୁବନେଶ୍ଵର(୧୩/୦୯) : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୭ ଓ ୨୮ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି ।  ଏନେଇ ପୋଲିସ ମହାନିର୍ଦ୍ଦେଶକ ବି.କେ.ଶର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସ୍‌ରେ ବୈଠକ ଅନୁଷ୍ଠିତ ହେଉଛି । ତେବେ ବୈଠକରେ ଆଇଜି ଅପରେସନ୍, ଏଡିଜି କୋଷ୍ଟାଲ୍ ସିକ୍ୟୁରିଟି, ଗୁଇନ୍ଦା ବିଭାଗ  ଆଇଜି, ଗଞ୍ଜାମ ଏସ୍‌ପି ଓ ବରିଷ୍ଟ ଅଧିକାରୀ ଆଦି ଉପସ୍ଥିତ ଅଛନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.