May 8, 2024

୧୯ଏକର ଜମିକୁ ଭଡ଼ାରେ ନେଇ ୪ଜଣ କୃଷକଙ୍କୁ ଲକ୍ଷପତି ବନାଇଲେ ସଲମାନ ଖାନ୍‌

1 min read
Salman-Khan-Aajira-Odisha

ଆଓରି-ନୂଆଦିଲ୍ଲୀ(୧୭/୧୧) : ରେସ୍‌-୩ ପରେ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ ଏବେ ନିଜର ବଡ଼ ବଜେଟର ଫିଲ୍ମ ‘ଭାରତ’କୁ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଥିବା ଅଧାରୁ ଅଧିକ ଦୃଶ୍ୟର ସୁଟିଂ ଦେଶ ବାହାରେ ସରିଥିବା ବେଳେ ଏବେ ଲୁଧିଆନାରେ ଫିଲ୍ମର ସୁଟିଂ ଜାରି ରହିଛି । ସୁଟିଂ ପାଇଁ ଲୁଧିଆନାରେ ଓ୍ଵାଘା ବର୍ଡ଼ରର ସେଟ୍‌ ଲଗାଯାଇଛି । ସେଠାରେ କିଛି ଅଞ୍ଚଳକୁ ଭାରତ ଏବଂ ପାକିସ୍ଥାନ ବର୍ଡ଼ରର ରୁପ ଦିଆଯାଇଛି ।

ସୂଚନା ମୁତାବକ,ପଞ୍ଜାବର ଅମୃତସର ସହରରେ ଓ୍ଵାଘା ବର୍ଡ଼ର ଥାଇ ମଧ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ସୁଟିଂ କରିବାର ଅନୁମତି ମିଳି ନଥିଲା । ଏଥିପାଇଁ ଲୁଧିଆନାରେ ୪ଜଣ କୃଷକଙ୍କ ୧୯ଏକର ଜମିକୁ ଭଡ଼ାରେ ନେଇ ଫିଲ୍ମ ନିର୍ମାତା ଓ୍ଵାଘା ବର୍ଡ଼ରର ସେଟ୍‌ ତିଆରି କରିଥିଲେ । ପ୍ରତି ଏକର ପାଇଁ କୃଷକମାନଙ୍କୁ ୮୦ହଜାର ଟଙ୍କା ଭଡା ଦିଆଯାଉଥିବା ବେଳେ ୪ଜଣ କୃଷକଙ୍କୁ ସର୍ବମୋଟ ୧୫ଲକ୍ଷ ୨୦ହଜାର ଟଙ୍କା ମିଳିଥିବା ଜଣାପଡ଼ିଛି । ଫଳରେ ଦିନ କେଇଟାରେ କୃଷକମାନେ ଲକ୍ଷପତି ପାଲଟି ଯାଇଛନ୍ତି ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.