May 1, 2024

ରଫେଲ କୁ କ୍ଲିନଚିଟ୍ ପ୍ରଦାନ କଲେ ସୁପ୍ରୀମକୋର୍ଟ

1 min read

ଆଓରି-ନୂଆଦିଲ୍ଲୀ(୧୪/୧୨) : ରାଫେଲକୁ କ୍ଲିନଚିଟ୍ । ରାଫେଲର ସମସ୍ତ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ । ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟକୁ ନେଇ ଫ୍ରାନ୍ସ ସହିତ ହୋଇଥିବା ଡିଲରେ ଅନିୟମିତତା ଅଭିଯୋଗ ହୋଇଥିଲା । ଏହାର ଯାଞ୍ଚ କୋର୍ଟଙ୍କ ଅଧ୍ୟକ୍ଷତାରେ ହେଉ ବୋଲି ପିଟିସନରେ ଆବେଦନ କରାଯାଇଥିଲା । ତେବେ କୋର୍ଟ ଆଜି ଏହି ମାମଲାର ଶୁଣାଣି କରି ମୋଦି ସରକାରଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ରାଫେଲ କିଣାବିକାରେ ଅନିୟମିତତା ହୋଇନଥିବା କୋର୍ଟ କହିଛନ୍ତି । ପ୍ରତିରକ୍ଷା ସାମଗ୍ରୀ କିଣାବିକାରେ ହସ୍ତକ୍ଷେପ କରିବାକୁ ମନା କଲେ କୋର୍ଟ । ଏହାର କିଣାବିକାରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ କହି ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ ।

ରାଫେଲ କ୍ରୟ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ । ଦେଶ ସାମରିକ ଭାବେ ସୁଦୃଢ ହେବା ଆବଶ୍ୟକ । ତେଣୁ ଏହାର ସମସ୍ତ ସମସ୍ୟା ଦିଗରେ ଯାଞ୍ଚ ପ୍ରକ୍ରିୟା ସମ୍ଭବ ନୁହେଁ । ତେବେ ଏହି କିଣାବିକାରେ କୌଣସି ଦୁର୍ନୀତି ହୋଇଥିବା ପ୍ରମାଣ ମିଳିନାହିଁ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ନେତୃତ୍ୱରେ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.