April 19, 2024

ଆଜିର ରାଶିଫଳ

1 min read

ମେଷ: ପୂର୍ବାହ୍ଣରେ ସ୍ୱାସ୍ଥ୍ୟ ଠିକ୍‍ ଥିବାବେଳେ ଅପରାହ୍ଣରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଧନବାନ ହେବେ। ଅପାର ଗୁଣର ଆଧାର ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ଓ ସମ୍ମାନିତ ହୋଇପାରନ୍ତି।

ବୃଷ: ଆନନ୍ଦିତ ହେବେ। କାର୍ଯ୍ୟହାନି ଘଟିପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ନେତ୍ରରେ ଯନ୍ତ୍ରଣା ଦେଖା ଦେଇପାରେ। ଭ୍ରାତୃଭାବ ଅତୁଟ ରହିବ। ସତ୍‍ମାର୍ଗରେ ପରିଚାଳିତ ହେବେ। ଦାନ ଧର୍ମ କରିପାରନ୍ତି।

ମିଥୁନ: ଅଯଥା କଳହରେ ପଡ଼ିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ଅପରାହ୍ଣରେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଲୋକପ୍ରିୟତା ବୃଦ୍ଧି ପାଇବ। ସରକାରୀ ସାହାଯ୍ୟ ମିିଳିବ।

କର୍କଟ: ମନ ଅସ୍ଥିର ରହିବ। ତଥାପି ସୁଖ ଲାଭ କରିବେ। ସରକାରଙ୍କ ତରଫରୁ ଅନୁଦାନ ପ୍ରାପ୍ତ ହେବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ, ବହୁବିଧଧନ ସବୁକିଛି ମିଳିପାରେ। ଉତ୍ତମ ଗୃହ ଓ ଯାନବାହନଯୁକ୍ତ ହେବେ।

ସିଂହ: ସମସ୍ୟା ଜର୍ଜରିତ ହୋଇ ଅଶାନ୍ତି ଅନୁଭବ କରିପାରନ୍ତି। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି।

କନ୍ୟା: ବ୍ୟୟ ବୃଦ୍ଧି ଯୋଗୁଁ ବ୍ୟତିବ୍ୟସ୍ତ ହୋଇପାରନ୍ତି। ଚିନ୍ତାଗ୍ରସ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୌଭାଗ୍ୟ ଉଦୟର ସୂଚନା ମିଳୁଛି। ଶ୍ରେଷ୍ଠମାନ୍ୟତା ସହ ଧନ ମିଳିପାରେ। ପୁତ୍ର ସୁଖ ମିଳିବ। ପରୋପକାରୀ ହେବେ।

ତୁଳା: ସୁଖ ସମ୍ମାନ ଲାଭ କରିପାରନ୍ତି। ସୁବର୍ଣ୍ଣାଦି ଲାଭ ହୋଇପାରେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ବନ୍ଧୁ ସହାୟତା ପାଇ ବିଶେଷ ଉପକୃତ ହୋଇପାରନ୍ତି। ପତ୍ନୀଙ୍କ ସାହାଯ୍ୟ ମିଳିବ।

ବିଛା: ଅନ୍ୟାୟର ପ୍ରତିରୋଧ କରିପାରନ୍ତି। ସୁଖ ସମ୍ମାନ ଲାଭ କରିବେ। ଶତ୍ରୁ ବିନାଶ କରିପାରନ୍ତି। ପତ୍ନୀ ଆପଣଙ୍କ ଅଭୀଷ୍ଟ ସିଦ୍ଧିରେ ସହାୟିକ ହେବ। ସ୍ୱାଭିମାନୀ ହୋଇପାରନ୍ତି। ପୁଣ୍ୟବାନ ହେବେ। ବାହୁରେ ପୀଡ଼ା ଉପୁଜି ପାରେ।

ଧନୁ: ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ଚେଷ୍ଟିତ ହେବେ। ପ୍ରଚୁର ପରିମାଣର ଧନ ହାତକୁ ଆସିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିପାରେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି।

ମକର: ମନର ବ୍ୟାକୁଳତା ବଢ଼ିପାରେ। ଧୈର୍ଯ୍ୟ ହାନି ଘଟିବାର ସମ୍ଭାବନା ଅଛି। ଶତ୍ରୁ ଦମନ କରିପାରନ୍ତି। ଜନସାଧାରଣଙ୍କ ଶ୍ରଦ୍ଧାର ପାତ୍ର ହେବେ। ଭୋଗ ବିଳାସ କରିପାରନ୍ତି। ଯାନବାହନ ସୁଖ ମିଳିବାର ସମ୍ଭାବନା ରହିଛି।

କୁମ୍ଭ: ପ୍ରତିଯୋଗିତାରେ ସଫଳତା ମିଳିବ। ବୈଦିକ ରୀତିରେ ଶାସ୍ତ୍ରାନୁମୋଦିତ କାର୍ଯ୍ୟ କରିପାରନ୍ତି। ନିଷ୍ଠା ଓ ପରାକାଷ୍ଠା ଆପଣଙ୍କ ମହାନ୍‍ କରି ଗଢ଼ିତୋଳିବେ। ଦାନ ଧର୍ମରେ ନିଜକୁ ନିୟୋଜିତ କରିପାରନ୍ତି। କୃଷି କର୍ମରେ ତତ୍ପର ହେବେ।

ମୀନ: ସୁଯୋଗକୁ କାର୍ଯ୍ୟକାରୀ କରିପାରନ୍ତି। ଅଶାବାଦୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟର ପରିବର୍ତ୍ତନ ଘଟିବ। ସୁବକ୍ତା ହୋଇପାରନ୍ତି। ଦେବ-ବ୍ରାହ୍ମଣଙ୍କ ପୂଜାରୀ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.