April 16, 2024

ଶିବସେନାରେ ସାମିଲ ହୋଇପାରନ୍ତି ଉର୍ମିଳା ମାତୋଣ୍ଡକର

1 min read

ଆଓରି-ମୁମ୍ବାଇ(୧୮/୦୯): ଖୁବଶୀଘ୍ର ଶିବସେନାରେ ସାମିଲ ହୋଇପାରନ୍ତି ବଲିଉଡ ଅଭିନେତ୍ରୀ ତଥା କଂଗ୍ରେସ ଛାଡିଥିବା ଉର୍ମିଳା ମାତୋଣ୍ଡକର | ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | କାରଣ ଉର୍ମିଳା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସହଯୋଗୀ ମିଲିନ୍ଦ ନରଵେକରଙ୍କୁ ସାକ୍ଷାତ କରିଛନ୍ତି | ଏଠାରେ ସୂଚନା ଥାଉ କି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏବେ ରାଜନୀତି ତାତି ବଢ଼ିବାରେ ଲାଗିଛି |

ମିଡ଼ିଆ ରିପୋର୍ଟ ମୁତାବକ କଂଗ୍ରେସର ବହୁ ନେତା ଏବେ ଶିବସେନା ମୁହାଁ ହେଉଥିବାବେଳେ ମହାରାଷ୍ଟ୍ର କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଶିବସେନାରେ ସାମିଲ ହୋଇଛନ୍ତି | ଏଠାରେ ସୂଚନା ଥାଉ କି ମରାଠୀ ଝିଅ ଭାବେ ଉର୍ମିଳାଙ୍କର ସ୍ୱତନ୍ତ୍ର ଛବି ରହିଛି | ଯାହାକୁ ନିର୍ବାଚନରେ ଶିବସେନା ବ୍ୟବହାର କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି | ମାର୍ଚ୍ଚ ୨୮ ତାରିଖରେ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ |କିନ୍ତୁ ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇ ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ନିଜର ପରାଜୟ ପାଇଁ କର୍ମୀଙ୍କ ଉପରେ ଦୋଷ ଠେଲି କଂଗ୍ରେସକୁ ବାଏ ବାଏ କହିଥିଲେ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.