May 8, 2024

ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସଂଘ ଆନ୍ଦୋଳନ ଅଧୁରା ରହିଲା |

1 min read

ଭୁବନେଶ୍ୱର ଅଗଷ୍ଟ୨୫(ଆଜିର ଓଡ଼ିଶା) : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଓ ସରକାର ମଧ୍ୟରେ କୌଣସି ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚି ନ ପାରିବାରୁ ଦୀର୍ଘ ୮ ଦିନ ଚାଲିଥିବା ଆଲୋଚନା ଅଧାରେ ରହିଛି । ଉଭୟ ପକ୍ଷ ପୁଣି ସୋମବାର ସରକାରଙ୍କ ସହ ଆଲୋଚନା ହେବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି  ।  ପୂର୍ବବତ୍‌ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ନେତା ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶଚନ୍ଦ୍ର ମହାନ୍ତି କହିଛନ୍ତି  ।

ସଚିବାଳୟରେ ମୁଖ୍ୟ ଶାସନସଚିବ, ଉନ୍ନୟନ କମିଶନର ,ଅର୍ଥ ସଚିବ, ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବ, ବିଭାଗୀୟ ସଚିବଙ୍କ ଉପସ୍ଥିତିରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଗତକାଲି ସନ୍ଧ୍ୟାରେ ପାଇଁ  ଶିକ୍ଷକ ନେତାଙ୍କ ସହ ଆଲୋଚନା ଆରମ୍ଭ  ହୋଇଥିଲା । ଆଲୋଚନାରେ ଉଚ୍ଚଶିକ୍ଷା ମନ୍ତ୍ରୀ  ଅନନ୍ତ ଦାସ , ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଥିଲେ । ପୁରୁଣା ଦେୟ ଛାଡି କେବଳ ବର୍ତ୍ତମାନ ସମସ୍ୟାର ସମାଧାନ ପାଇଁ ହାରାହାରି ୮ଶହ କୋଟି ଟଙ୍କା ଆବଶ୍ୟକତା ରହିଛି । ସରକାର ୫ଶହ କୋଟି ଟଙ୍କା ମଧ୍ୟରେ ବ୍ୟୟ ବରାଦ କରିବାକୁ ଯୋଜନା କରୁଛନ୍ତି ।

ଶିକ୍ଷକମାନେ ଗାନ୍ଧିମାର୍ଗର ଧାରଣାସ୍ଥାଳରୁ ଅସୁସ୍ଥ ହୋଇ ବୁହାହେବା ଘଟଣା ପରିସ୍ଥିତିକୁ ଏହି ଆନ୍ଦୋଳନକୁ ଅଧିକ ମଜବୁତ କରିଛି । ପୂର୍ବରୁ ଧାରଣା ସ୍ଥଳରେ ୨୨ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନା ଯାଇଥିବା ବେଳେ ପୁନଶ୍ଚ ଗତକାଲି ୧୭ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି ଓ ୫ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନା ଦାଖିଲା କରାଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.