May 1, 2024

ସକାଳେ ଅଧାକପ କମଳା ରସ ପିଇଲେ ଶରୀର ରହିଥାଏ ସୁସ୍ଥ

1 min read
Orange-Juice

ସକାଳେ ଅଧାକପ କମଳା ରସ ପିଇଲେ ମିଳିଥାଏ ଅନେକ ଫାଇଦା। ଏଥିରେ ଭରିରହିଛି ଲୌହ, କ୍ୟାଲସିୟମ୍‌, ପୋଟାସିୟମ, ଖଣିଜ, ଭିଟାମିନ ‘ଏ’, ‘ବି ’ ଓ ‘ସି’ ଆଦି ପୋଷକ ତତ୍ତ୍ୱ। କମଳା ରସ ଶରୀରକୁ ଫୂର୍ତ୍ତି ରଖିଥାଏ। ପ୍ରତିଦିନ କମଳା ରସ ପିଇଲେ ମେଦବହୁଳତା ଆଶଙ୍କା ଦୂର ହୋଇଥାଏ ବୋଲି କୁମାୟୁନ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ନିୟମିତ ଭାବେ କମଳା ରସ ସେବନ କରିବା ଦ୍ୱାରା ସର୍ଦ୍ଦି, କାଶ ଆଦି ଦୂର ହୁଏ। ରାତିରେ ଶୋଇବା ବେଳେ ଓ ଉଠିବା ପରେ କମଳା ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। ପ୍ରତିଦିନ କମଳା ରସ ପିଇବା ଦ୍ୱାରା କ୍ୟାନସର ହେବା ଆଶଙ୍କା କମିଥାଏ। କମଳା ରସ ପିଇଲେ ଆଣ୍ଠୁଗଣ୍ଠି ଦରଜରୁ ଆରାମ ମିଳିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.