May 8, 2024

ଅଶୋକ ଚକ୍ର ସମ୍ମାନର ଅଧିକାରୀ ହେଲେ ଲାନ୍ସ ନାୟକ

1 min read
Lance-Naik-Nazir-Ahmad-Aajira-Odisha

ଆଓରି-ନୂଆଦିଲ୍ଲୀ(୨୪/୦୧) : ସହୀଦ ଲାନ୍ସ ନାୟକଙ୍କ ପରାକ୍ରମର କାହାଣୀ ପ୍ରତ୍ୟେକ ଭାରତୀୟ ମନରେ ସାଇତି ହୋଇ ରହିଛି । ଜମ୍ମୁ-କାଶ୍ମୀରରେ ଆତଙ୍କବାଦର ରାସ୍ତା ଛାଡ଼ି ଭାରତୀୟ ସେନାରେ ଯୋଗ ଦେଇଥିଲେ ଲାନ୍ସ ନାୟକ ନଜୀର ଅହମଦ ଓ୍ୱାନି  ।

ତେବେ ଚଳିତ ବର୍ଷ ଲାନ୍ସ ନାୟକଙ୍କୁ ମରଣୋତ୍ତର ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ ପାଇଁ ଚୟନ କରାଯାଇଛି । ପୂର୍ବବର୍ଷ ଲାନ୍ସ ନାୟକ ଶୋପିୟାରେ ଆତଙ୍କବାଦୀଙ୍କ ସହ ଲଢେଇ କରୁଥିବା ବେଳେ ସହୀଦ ହୋଇଥିଲେ । ୬ ଜଣ ଆତଙ୍କବାଦୀଙ୍କୁ ମାରି ଦେଇଥିଲେ ଲାନ୍ସ ନାୟକ । ଅଶୋକ ଚକ୍ର ଭାରତର ସର୍ବୋଚ୍ଚ ବୀରତା ପୁରସ୍କାର  । ସହୀଦ ଲାନ୍ସ ନାୟକ ପୂର୍ବରୁ ନିଜର ଭଲ ପ୍ରଦର୍ଶନ ପାଇଁ ଦୁଇ ଥର ସୈନ୍ୟ ପୁରସ୍କାର ପ୍ରାପ୍ତ କରିଥିଲେ ।

୩୮ ବର୍ଷୀୟ ଲାନ୍ସ ନାୟକ କୁଲଗାଓଁ ର ବାସିନ୍ଦା । ପୂର୍ବବର୍ଷ ୨୫ ଡିସେମ୍ବରରେ ସହୀଦ ହୋଇଥିଲେ । ପ୍ରଥମରୁ ଆତଙ୍କବାଦୀଙ୍କ ସହ ଥିବା ଲାନ୍ସ ନାୟକ ପରବର୍ତ୍ତୀ ସମୟରେ ରାଷ୍ଟ୍ର ସେବାରେ ନିୟୋଜିତ ହୋଇଥିଲେ । ୨୦୦୪ରେ ସେ ଭାରତୀୟ ସେନାରେ ସାମିଲ ହୋଇଥିଲେ । ଏହାସହ ଦକ୍ଷିଣ କାଶ୍ମୀରର ଅନେକ ଆତଙ୍କବାଦୀ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ ନଜୀର ଅହମଦ ।

ଲାନ୍ସ ନାୟକଙ୍କ ସହୀଦ ହେବା ଖବର ଘରେ ପହଞ୍ଚିବା ପରେ ତାଙ୍କ ପିତା ଦୁଃଖରେ ଭାଙ୍ଗି ପଡ଼ିଥିଲେ । ତେବେ ତାଙ୍କ ଅନ୍ତିମ ସଂସ୍କାର ସମୟରେ ବହୁ ବଡ଼ ସେନା ଅଧିକାରୀ ଯୋଗ ଦେଇଥିଲେ । ସେତେବେଳେ ଲାନ୍ସ ନାୟକଙ୍କ ପିତା କୋହ ସମ୍ବରଣ କରି ପାରି ନଥିଲେ । ଜଣେ ସେନା ଅଧିକାରୀ ତାଙ୍କୁ ଆଲିଙ୍ଗନ କରିବା ସହ ବୁଝାଉଥିବାର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିଥିଲା  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.