May 8, 2024

ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗିବ ଅବଢା ଦର ତାଲିକା

1 min read
Abhada-In-Puri-Jagannath-Mandir-Aajira-Odisha

ଆଓରି-ଭୁବନେଶ୍ଵର(୨୬/୧୨) : ପୁରୀ ଶ୍ରୀମନ୍ଦିରରେ ନୂଆବର୍ଷରୁ ଲାଗିବ ଅବଢା ଦର ତାଲିକା । ଅବଢା ହାଣ୍ଡିର ମୂଲ୍ୟ କେତେ ରହିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ରେଟ ଚାର୍ଟ ଲଗାଇବ। ଆନନ୍ଦବଜାରକୁ ଶୃଙ୍ଖଳିତ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଅବଢା ଦର ନିର୍ଦ୍ଧାରିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଥିଲା।

ସେହିପରି ପୂର୍ବ ବୈଠକ ଅନୁସାରେ ଶ୍ରୀଜିଉଙ୍କୁ ଭିତରକାଠ ନିକଟରୁ ଦର୍ଶନ ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରୁ ଏହି ନୂଆ ନିୟମ ଲାଗୁ କରାଯିବ ସେନେଇ କୌଣସି ନିଷ୍ପତି ନିଆଯାଇନାହିଁ । ଅନଲାଇନ ଟିକେଟ କାଟି ଭକ୍ତମାନେ ଭିତରକାଠ ନିକଟରୁ ଶ୍ରୀଜିଉକୁ ଦର୍ଶନ କରିପାରିବେ। ତେବେ ସାହାଣମେଳା ସମୟରେ ବିନା ଟିକେଟରେ ମଧ୍ୟ ଭକ୍ତମାନେ ପାରମାଣିକ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ସେବାୟତ ନିଯୋଗ ମଧ୍ୟ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.