May 11, 2024

ଲୌରିଅସ୍ ସ୍ପୋର୍ଟିଂ ମୋମେଣ୍ଟ ଆୱାର୍ଡରେ ସମ୍ମାନିତ ହେଲେ ସଚିନ ତେନ୍ଦୁଲକର

1 min read
Sachin Tendulkar awarded as Laureus best sporting moment award Aajira Odisha

ଆଓରି-ନୂଆଦିଲ୍ଲୀ(୧୮/୦୨) : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ‘ଲୌରିଅସ୍ ସ୍ପୋର୍ଟିଂ ମୋମେଣ୍ଟ ଆୱାର୍ଡ’ ରେ ସମ୍ମାନିତ କରାଯାଇଛି । କିମ୍ବଦନ୍ତୀ ଟେନିସ୍ ଖେଳାଳି ବୋରିସ୍ ବେକର୍ ସଚିନଙ୍କୁ ଏହି ବିଜେତା ଟ୍ରଫି ହସ୍ତାନ୍ତର କରିଥିଲେ । ଏହି ପୁରସ୍କାର ମିଳିବା ପରେ ସଚିନ ଭାବବିହ୍ୱଳ ହୋଇପଡ଼ିଥିଲେ । ନିଜ ହୋମ୍ ଗ୍ରାଉଣ୍ଡରେ ୨୦୧୧ ବିଶ୍ୱକପ୍ ଜିତିଥିଲା । ଯାହାକୁ ଗତ ୨୦ ବର୍ଷ ମଧ୍ୟରେ ‘ଲୌରିଅସ୍ ସର୍ବଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ’ର ଆଖ୍ୟା ଦିଆଯାଇଛି । ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ସମର୍ଥନ ସହ ସଚିନଙ୍କୁ ବିଜେତା ହେବା ପାଇଁ ସର୍ବାଧିକ ଭୋଟ୍ ମିଳିଥିଲା। ନିଜର ଷଷ୍ଠ ତଥା ଅନ୍ତିମ ବିଶ୍ୱକପ୍ ଖେଳୁଥିବା ସଚିନଙ୍କ ସ୍ୱପ୍ନ  ସାକାର ହୋଇଥିଲା ।

ସୋମବାର ବିଳମ୍ବିତ ରାତିରେ ବର୍ଲିନରେ ଆୟୋଜିତ ଭବ୍ୟ ପୁରସ୍କାର ସମାରୋହରେ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ୍ ଷ୍ଟିଭ୍ ୱ’ ଲୌରିଅସ୍ ସ୍ପୋର୍ଟିଂ ମୋମେଣ୍ଟ ଆୱାର୍ଡ ୨୦୦୦-୨୦୨୦ର ବିଜେତାଙ୍କୁ ଘୋଷଣା କରିଥିଲେ । କିମ୍ବଦନ୍ତୀ ଟେନିସ୍ ଖେଳାଳି ବୋରିସ୍ ବେକର୍ ସଚିନଙ୍କୁ ଏହି ବିଜେତା ଟ୍ରଫି ହସ୍ତାନ୍ତର କରିଥିଲେ । ଏହି ପୁରସ୍କାର ମିଳିବା ପରେ ସଚିନ ଭାବବିହ୍ୱଳ ହୋଇପଡ଼ିଥିଲେ । ସଚିନ ଏହି ପୁରସ୍କାର ଦୌଡ଼ରେ ଥିବା ଚାରିଜଣଙ୍କୁ ପଛରେ ପକାଇଛନ୍ତି । ଲୌରିଅସର ଏହି ତାଲିକାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ ଦାବିଦାରଙ୍କୁ ସାମିଲ୍ କରାଯାଇଥିଲା । କିନ୍ତୁ ଭୋଟିଂ ପରେ ଏହା କେବଳ ପାଞ୍ଚକୁ ସୀମିତ ହୋଇଯାଇଥିଲା।

ପୁରସ୍କାର ଜିତିବା ପରେ ସଚିନ କହିଥିଲେ, “ଏହି କ୍ଷଣ ମୋ ପାଇଁ ଅବିଶ୍ୱସନୀୟ। ବିଶ୍ୱକପ୍ ଜିତିବାର ଭାବନାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଏହି ବିଜୟ କେବଳ ଭାରତୀୟ କ୍ରିକେଟର ନଥିଲା ବରଂ ପୂରା ଦେଶର ଥିଲା । ଏହି ବିଜୟରେ ପୂରା ଦେଶ ଉତ୍ସବ ମନାଉଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.