May 11, 2024

ତାରେ ଜମିନ୍ ଫାଉଣ୍ଡେସନ ତରଫରୁ ସାନିଟାରୀ ପ୍ୟାଡ୍ ବଣ୍ଟନ ଓ ଜାଗୃତ କାର୍ଯ୍ୟକ୍ରମ ଅନୁଷ୍ଠିତ

1 min read
Sanitary-Napkin-Distributed-Aajira-Odisha

ଆଓରି-ନୂଆଦିଲ୍ଲୀ(୨୯/୦୭) : ଗତକାଲି ଦକ୍ଷିଣ ଦିଲ୍ଲୀସ୍ଥିତ ସମ୍ଭବ କ୍ୟାମ୍ପ, ଜେଜେ କଲୋନୀ ଠାରେ ତାରେ ଜମିନ୍ ଫାଉଣ୍ଡେସନ ଦ୍ଵାରା ବାଳିକା/ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନିଟାରୀ ନାପକିନ୍ ବ୍ୟବହାର କରି କିପରି ସୁସ୍ଥ ଭାରତ ଗଠନ କରିହେବ ଏବଂ ଶରୀର ପାଇଁ ଏହା କିପରି ଲାଭଦାୟକ, ଉକ୍ତ ବିଷୟରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅବଗତ କରାଯାଇଥିଲା ।

ଲୈଙ୍ଗିକ ବିଷୟରେ ଜାଗୃତ କରାଇବା ସହିତ କିପରି ଏହାକୁ ଦୁନିଆ ସାମ୍ନାକୁ ଅଣାଯିବ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ । ଯୁବତୀ ମାନଙ୍କର ମାସିକ ଋତୁଶ୍ରାବ ସୁସ୍ଥ ପ୍ରଜନନର ସଙ୍କେତ ଅଟେ ଏବଂ ଏହା ପୃଥିବୀର ସମସ୍ତ ଯୁବତୀଙ୍କ ସହିତ ସମାନ ହୋଇଥାଏ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶାଯାଇଥିଲା । ତାରେ ଜମିନ୍ ଫାଉଣ୍ଡେସନର ସଂସ୍ଥାପକ ଶ୍ରୀ ବିସିକେଶନ ସଙ୍କ ଦ୍ଵାରା ଏହି ମାସିକ କାର୍ଯ୍ୟକ୍ରମ ଦୀର୍ଘ ୬ମାସ ଧରି ଅନୁଷ୍ଠିତ ହୋଇଆସୁଅଛି।



Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.